କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଓହରିଲେ ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଓହରି ଯାଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ନିର୍ବାଚନ ଲଢ଼ିବେନି ବୋଲି ଗେହଲଟ୍ ଘୋଷଣା କରିଛନ୍ତି ।

୧୦ ଜନପଥରେ ସୋନିଆ ଗାନ୍ଧୀଙ୍କୁ ଦେଢ଼ ଘଣ୍ଟା ଭେଟିବା ପରେ ଅଶୋକ ଗେହଲଟ୍ ୩ଟି କଥା କହଛନ୍ତି । ଗେହଲଟ କହିଛନ୍ତି ଯେ, ମୁଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି । ମୁଖ୍ୟମନ୍ତ୍ରୀ ରହିବା ଅବସ୍ଥାରେ ପ୍ରସ୍ତାବ ପାସ୍ କରିପାରି ନଥିବାରୁ ଦୁଃଖିତ । ଏଥିସହିତ ମୁଖ୍ୟମନ୍ତ୍ରୀ ପଦ ନେଇ ସୋନିଆ ଗାନ୍ଧୀ ସ୍ଥିର କରିବେ ।