ବରଗଡ଼, ଏନ୍ଏନ୍ଏସ୍: ୧୩ ଦଫା ଦାବିନେଇ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ଏକ ସ୍ମାରକପତ୍ର ବରଗଡ଼ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଆଶାକର୍ମୀଙ୍କୁ ମାସିକ ୧୮ ହଜାର ବେତନ, ଅଭିଜ୍ଞତା ଆଧାରରେ ଏଏନଏମକୁ ପଦୋନ୍ନତି, ପ୍ରତ୍ୟେକ ସିଏଚସି ତଥା ପିଏଚସିରେ ଆଶା ଗୃହ ନିର୍ମାଣ, କାର୍ଯ୍ୟରତ ସମୟରେ ଦୁର୍ଘଟଣାଜନିତ ବା ସାଧାରଣ ମୃତ୍ୟୁ ଘଟିଲେ ୫ ଲକ୍ଷ ଟଙ୍କା ସହାୟତା , କୋଭିଡ ସମୟରେ ଦିଆଯାଉଥିବା ପ୍ରୋତ୍ସାହନ ରାଶି ବୃଦ୍ଧି କରିବା, ମୃତ ଆଶା କର୍ମୀଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦେବା ଏବଂ ଆଶା ସାଥି ପଦବୀ ଉଚ୍ଛେଦ କରାଯିବାକୁ ଦାବି କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ସଭାନେତ୍ରୀ ସୁଷମା ବାରିକ, ସମ୍ପାଦିକା ଗୌରୀ ଖଟେଇଙ୍କ ସମେତ ବିଭିନ୍ନ ବ୍ଲକରୁ ବହୁ ଆଶା କର୍ମୀ ସାମିଲ ହୋଇଥିଲେ ।