ତୀର ମାଡ଼ରେ ଯୁବକ ଗୁରୁତର

ହରିଚନ୍ଦନପୁର, କେନ୍ଦୁଝର, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଂଚଳର ଏକ ତିରମାଡ଼ ଘଟଣା ହୋଇଥିବା ଜଣା ପଡ଼ିଛି । ମଙ୍ଗଳବାର ପ୍ରାୟ ରାତ୍ରି ୭ଟା ବେଳେ ଉତ୍ତମ କୁମାର ମହାନ୍ତ ନାମକ ଜଣେ ବ୍ୟକ୍ତି କେସିସି ବସ ରେ ଫେରୁଥିବାବେଳେ ବଳି ପର୍ବତ ସ୍ୱାଗତଂ ଗେଟ ନିକଟରେ ବସ ଉପରକୁ ତୀର ମାଡ଼ ହୋଇଥିଲା । ତୀରଟି ଉତ୍ତମଙ୍କ ଦେହରେ ବାଜିଥିବା ଜଣାପଡିଛି । ସେ ଆଗ ସିଟରେ ବସିଥିଲେ ।ତୀରଟି ସାମ୍ନା ପଟୁ ଆସି ଉତ୍ତମଙ୍କ ଦେହରେ ବାଜିଥିଲା । ଗୁରୁତ ଆହତଙ୍କୁ ଦୁବୁରିସ୍ଥିତ ଟାଟା ହସ୍ପିଟାଲ ରେ ଭର୍ତି କରାଯାଇଛି । ଆହତ ଜଣଙ୍କ ନାରାୟଣୀ ପ୍ରା ରେ କାମ କରୁଥିଲେ ବୋଲି ସୂଚନା ମିଳିଛି ।ଏ ବାବଦରେ ଦୈତାରି ଥାନା ଅଧିକାରୀଙ୍କୁ ଫୋନ୍ ରେ ପଚାରାଯିବାରୁ ଏଭଳି ଏକ ଘଟଣା ଘଟିଥିବା ସୂଚନା ମଲିଛି କିନ୍ତୁ କିଛି ଲିଖିତ ଅଭିଯୋଗ ମିଳିନାହିଁ ବୋଲି କହିଥିଲେ। ତେବେ ଆହତଙ୍କୁ ପ୍ରଥମେ ଚିକିତ୍ସା କରିବାପାଇଁ କୁହାଯାଇଛି ପରେ ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯିବ ବୋଲି ପ୍ରକାଶ କରିଥିଲେ।