ନୂଆଦିଲ୍ଲୀ,ଏଜେନ୍ସି: ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଥିବା ଆଫ୍ଗାନିସ୍ତାନର କିଛି ସେନା ଅଧିକାରୀ ସ୍ବଦେଶ ଫେରିବାକୁ ମନା କରିଦେଇଛନ୍ତି। ସେମାନଙ୍କୁ ଭୟ ଯେ, ଆଫଗାନିସ୍ତାନ ଫେରିଲେ ତାଲିବାନ ସେମାନଙ୍କୁ ସହଜରେ ଛାଡ଼ିବ ନାହିଁ। ଏହି ଅଧିକାରୀମାନେ ଶନିବାର ଦିଲ୍ଲୀସ୍ଥିତ ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟର ବାହାରେ ହଙ୍ଗାମା କରିଛନ୍ତି।
ସୂତ୍ର ଅନୁସାରେ ଆଫ୍ଗାନିସ୍ତାନ ସେନା ଅଧିକାରୀଙ୍କ କହିବା ଅନୁସାରେ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଛି। ସେଠାରେ ପରିସ୍ଥିତି ବହୁତ ଖରାପ ଅଛି। ଆମେ ଆମେରିକୀୟ ଭିସା ଚାହୁଁଛୁ। କିନ୍ତୁ ଆମକୁ ୟୁଏସ୍ ଭିଜା ଦିଆଯାଇ ନାହିଁ। ଆମେ ଅନେକ ଦିନରୁ ଏହି ଭିଜା ପାଇଁ ଦିଲ୍ଲୀରେ ଅଟକିଯାଇଛୁ। ମାମଲା ସଂକଟ ସ୍ଥିତିରେ ପହଞ୍ଚିବାରୁ ଚାଣକ୍ୟପୁରୀ ଥାନା ପୁଲିସ ଓ ଅଧିକାରୀ ପହଞ୍ଚିଛନ୍ତି। ପୁଲିସ ହସ୍ତକ୍ଷେପ କରି ଆଫଗାନ ଆମ୍ବାସୀର ଅଧିକାରୀଙ୍କୁ ଆର୍ମି ଅଧିକାରୀଙ୍କ ସହ ସାକ୍ଷାତ କରାଇଛି।