ନୂଆଦିଲ୍ଲୀ: ତାମିଲନାଡ଼ୁର କନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ଆଉ କିଛି ବରିଷ୍ଠ ଅଧିକାରୀ ଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ୩ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ନେଇ ଭାରତୀୟ ବାୟୁସେନା ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି।