ପୁରୀରେ ଏୟାର ସୋ ପାଇଁ ଏରିଏଲ ରେକି ଅନୁଷ୍ଠିତ

ପୁରୀ,ଏନ୍ଏନ୍ଏସ୍: ଆସନ୍ତା ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ଵ ବ୍ଲୁ ଫ୍ଲାଗ୍‌ବିଚ ଠାରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ସୋ ଅନୁଷ୍ଠିତ ହେବ। ପୁରୀରେ ପ୍ରଥମ ଥର ପାଇଁ ଏହା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ବିପୁଳ ଉତ୍ସାହ ଦେଖାଦେଇଛି। ଆଜି ଅପରାହ୍ନରେ ବାୟୁସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବରୁ ଗ୍ରାଉଣ୍ଡ ରେକି କରାଯାଇଥିବା ବେଳେ ଆଜି ଏରିଏଲ ରେକିକୁ ୱିଙ୍ଗ୍ କମାଣ୍ଡର ଅଶ୍ୱିନୀ ଓ ସହଯୋଗୀ ସକ୍ଷମ ପରିଚାଳନା କରିଥିଲେ। ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା। ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀ ମାନଙ୍କୁ ସହଯୋଗ ପ୍ରଦାନ କରିଥିଲେ।