Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନକ୍ସଲର ପରିଚୟ ଦେଇ କନଷ୍ଟେବଳ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନକ୍ସଲର ପରିଚୟ ଦେଇ କନଷ୍ଟେବଳ ଗିରଫ

ରାୟଗଡା, ଏନ୍ଏନ୍ଏସ୍: ଜଣେ ଏପିଆର କନଷ୍ଟେବଳ ନିଜକୁ ନକ୍ସଲ କହି ଧମକ ଦେବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁସାରେ ବିଷମକଟକ ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟ୍ ର ସୁପରଭାଇଜରଙ୍କୁ ଟଙ୍କା ଦେବା ପାଇଁ ବାରମ୍ବାର ଧମକ ଦେଇଆସୁଥିଲା। ନିଜକୁ ଜଣେ ନକ୍ସଲ ବୋଲି ପରିଚୟ ଦେଉଥିଲା।

କେବଳ ସେତିକି ନୁହେଁ ଗତ ୪ ତାରିଖରେ ପ୍ଲାଣ୍ଟ୍ ମାଲିକଙ୍କୁ ଫୋନ୍ କରି ମୋଟା ଅଙ୍କର ଟଙ୍କା ଦେବାପାଇଁ କହିଥିଲା । ଟଙ୍କା ନଦେଲେ ସୁପରଭାଇଜରକୁ ଜୀବନରୁ ମାରିଦେବା ସହ ପ୍ଲାଣ୍ଟ୍ ରେ ନିଆଁ ଲଗାଇଦେବ ବୋଲି କହିଥିଲା। ଏ ନେଇ କମ୍ପାନୀ ମାଲିକ ବିଷମକଟକ ଥାନାରେ ଏତଲା ଦେବାପରେ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ରାୟଗଡା ଅଞ୍ଚଳର ଅଭିଯୁକ୍ତ ଶ୍ରୀକାନ୍ତ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଶ୍ରୀକାନ୍ତ ଜଣେ ଏପିଆର କନଷ୍ଟେବଳ ଭାବେ କାର୍ଯ୍ୟରତ । ପୁଲିସ ତାଙ୍କ ଠାରୁ ୨୪ ରାଉଣ୍ଡ ଗୁଲି ଓ ଗୋଟିଏ ବନ୍ଧୁକ ଜବତ କରିଛି।