ରାଜରାସ୍ତାରେ ଅଭିଯୋଗ ଶୁଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ କରାଯାଇଥିବାରୁ ଆଜି ସେ ରାଜରାସ୍ତାରେ ଜନଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ କରିଛନ୍ତି। ସବୁଦିନ ପରି ଆଜି ମଧ୍ୟ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।

ଗତକାଲିଠୁ କୋଭିଡ ନିୟମ ଉଲ୍ଲଙ୍ଘନକୁ ନେଇ ରାଜ୍ୟ ସରକାର ଓ ଭୁବନେଶ୍ୱର ସାଂସଦ ମଧ୍ୟରେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି। ସାଂସଦ ନାଁରେ ଥାନାରେ ଏତଲା ଆଉ ଅଫିସ ସିଲ ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ। ଏଥିସହିତ ବିଜେଡ଼ି ସରକାରରେ ମଧ୍ୟ କୋଭିଡ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିବା ସହିତ ତଥ୍ୟ ପ୍ରମାଣ ଦେଇଛନ୍ତି। ତେଣୁ ନିୟମ ସମସ୍ତଙ୍କ ପାଇଁ ସମାନ ହେଉ କହିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।