ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁକାଶ୍ମୀର ପୁଲିସକୁ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଅଫୁଟା ଗୁଳି ଜବତ କଲା ପୁଲିସ। ଗତକାଲି ଆତଙ୍କୀଙ୍କ ବିରୋଧରେ ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କି ନିହତ ହୋଇଥିଲା। ସୂଚନା ଅନୁଯାୟୀ ବାନ୍ଦିପୋରାରେ ଆତଙ୍କବାଦୀ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।

ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବନିମୟ ଆରମ୍ଭ ହୋଇଥିଲା। ମୃତ ଆତଙ୍କୀ ଜଣଙ୍କ ବାରମୁଳା ଓ୍ବିସାନ ପଟନ ଅଞ୍ଚଳର ଗୁଲଜାର ଅହମ୍ମଦ ବୋଲି ଜଣାପଡିଛି। ଗତକାଲି ଅନନ୍ତନାଗରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏନେଇ ଅଧିକ ସୂଚନାକୁ ଏବେ ଅପେକ୍ଷା ରହିଛି।