Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଧାୟକଙ୍କ ବାସଭବନରୁ ଆରମ୍ଭ ହେଲା ସାଂସଦଙ୍କ ବିରୋଧୀ ଅଭିଯାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଧାୟକଙ୍କ ବାସଭବନରୁ ଆରମ୍ଭ ହେଲା ସାଂସଦଙ୍କ ବିରୋଧୀ ଅଭିଯାନ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ବିଧାୟକଙ୍କ ବାସଭବନରେ ରିଆମାଳ ବ୍ଲକର ପୂର୍ବତନ ମଣ୍ଡଳ ସଭାପତି ଶରତ ସାହୁଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ରିଆମାଳ ବ୍ଲକ୍ ବିଜେପି କର୍ମୀମାନେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବଙ୍କ ବିରୋଧରେ ନାନା ଅଭିଯୋଗ କରିଛନ୍ତି। ଏଥିସହିତ ଶ୍ରୀ ଗଙ୍ଗଦେବ କଂଗ୍ରେସ ଦଳରୁ ଆସି ବିଜେପିରେ ସାମିଲ ହୋଇଥିବା ବେଳେ ବିଜେପିର ଅନୁଶାସନରେ ନରହି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏପରିକି ସାଂସଦଙ୍କ ପ୍ରତିନିଧିଙ୍କ ଦ୍ୱାରା ବିଜେପି କର୍ମୀମାନେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି।

ସେହିପରି ଗତ କିଛିଦିନ ପୂର୍ବେ ମଣ୍ଡଳ ସଭାପତି ସଞ୍ଜିବ ବେହେରାଙ୍କୁ ସାଂସଦଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା, ସମୀର ସାହୁ, ରାକେଶ କୁମାର ଦାଶ, ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ଅମୂଲ୍ୟ ସାହୁ ଓ ସମ୍ପାଦକ ବୀରେନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

ଗତ ସାଧାରଣ ନିର୍ବାଚନରେ ଦେବଗଡ଼ ବିଧାନସଭା ଆସନ ଓ ସମ୍ବଲପୁର ଲୋକସଭା ଆସନ ବିଜେପି ଅକ୍ତିଆର କରିଥିଲେ ମଧ୍ୟ ବିଜେପି ଅନ୍ତଃ କଳହ ଯୋଗୁଁ ବିଧାୟକ ଓ ସାଂସଦ ନିଜ ନିଜ ସମର୍ଥକଙ୍କ ସହ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ନେଉଥିବାବେଳେ ବର୍ତ୍ତମାନ ଦଳୀୟ କନ୍ଦଳ ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ତେବେ ବିଜେପିର ଏହି ଦଳୀୟ ଅନ୍ତଃକଳହର ସୁଯୋଗ ନେଇ ବିରୋଧୀମାନେ ନିଜ ସ୍ଥିତି ମଜଭୁତ କରୁଥିବା ଦେଖିବାକୁ ମିଳିଛି।