ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଗଞ୍ଜେଇ ଜବତ କରାଯାଉଛି । ଆଜି ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଚୋରା ଚାଲାଣ କରାଯାଉଥିଲା ।
ଟ୍ରେନରେ ରାଜସ୍ଥାନ ଜୟପୁରକୁ ଚାଲାଣ ପାଇଁ ଯୋଜନା କରାଯାଇଥିଲା । ତେବେ ଏହି ଘଟଣାରେ ଜିଆରପି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହିତ ଷ୍ଟେସନରେ କାମ କରୁଥିବା କିଛି କୁଲିଙ୍କର ଲିଙ୍କ ଥିବା ପୋଲିସ ସନ୍ଦେହ କରୁଛି ।