ଆଫଗାନିସ୍ତାନର ମସ୍‌ଜିଦ୍‌ରେ ପୁଣି ଭୟଙ୍କର ବିସ୍ଫୋରଣ, ୫ ମୃତ ଓ ୬୫ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନରେ ପୁଣି ଥରେ ବିସ୍ଫୋରଣ ହୋଇଛି। ମସଜିଦରେ ବିସ୍ଫୋରଣ ହୋଇ ୫ ଜଣଙ୍କ ଜୀବନ ଯାଇଛି। ଆଫଗାନିସ୍ତାନ ମଜାର-ଇ-ସରିଫରେ ଏହି ବିସ୍ଫୋରଣ ହୋଇଛି। ଏନେଇ ଆଫଗାନୀ ମିଡିଆରେ ଖବର ପ୍ରକାଶ ପାଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ କୁହାଯାଉଛି। ସେହିପରି କିଛି ଦିନ ତଳେ ଆଫଗାନିସ୍ତାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ।

ତେବେ ଗୁରୁବାର ୩ଟି ଅଲଗା ଅଲଗା ସ୍ଥାନରେ ବ୍ଲାଷ୍ଟ ହୋଇଛି। ସେଥିମଧ୍ୟରୁ ଗୋଟିଏ କାବୁଲରେ ହୋଇଥିବା ବେଳେ ଅନ୍ୟଟି ବଲଖା ଅଞ୍ଚଳର ମଜାର-ଏ ଶରିଫ ଏବଂ ତୃତୀୟଟି କୁନ୍ଦୁଜ ଅଞ୍ଚଳରେ ହୋଇଛି।