ମଣିପୁର ମହିଳା ନିବସ୍ତ୍ର ମାମଲାରେ ପୁଣି ଜଣେ ଗିରଫ, ସଂଖ୍ୟା ୫କୁ ବୃଦ୍ଧି

ମଣିପୁର: ମଣିପୁରରେ ୨ ମହିଳାଙ୍କୁ ନିବସ୍ତ୍ର କରିବା ମାମଲାରେ ପୁଲିସ ଆଉ ଜଣଙ୍କୁ ଗିରଫ କରିଛି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏନେଇ ମଣିପୁର ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୨ ନିବସ୍ତ୍ର ମହିଳାଙ୍କ ଭିଡିଓକୁ ନେଇ ସୁପ୍ରିମକୋର୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୋଧ ଓ ଦୁଃଖ ବ୍ୟକ୍ତ କରିଛନ୍ତି । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି ମୋଦୀ କହିଛନ୍ତି ।