ନୂଆଦିଲ୍ଲୀ/ ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁକ୍ରେନରୁ ଆସିଥିବା ଓଡ଼ିଆ ଛାତ୍ର ଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୂଆଦିଲ୍ଲୀ ଆବସିକ କମିଶନର ରବିକାନ୍ତ। ଏ ପର୍ଯ୍ୟନ୍ତ ୧୯୯ ଓଡ଼ିଆ ଛାତ୍ରଛାତ୍ରୀ ଫେରିଥିବା ସେ କହିଛନ୍ତି। ସବୁ ଛାତ୍ରଛାତ୍ରୀଙ୍କୁ ଆଜି ସୁଦ୍ଧା ଉଦ୍ଧାର କରି ଭାରତକୁ ଆଣିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଅଞ୍ଚଳ କୁହାଯାଉଥିବା ଖାରକିଭ୍ ରେ କେହି ଓଡ଼ିଆ ପିଲା ନାହାନ୍ତି।
ଆଜି ଖାରକିଭ୍ରୁ ଉଦ୍ଧାର ହେଲେ ଆଉ ୬୫ଓଡ଼ିଆ ଛାତ୍ରଛାତ୍ରୀ ସୁରକ୍ଷିତ ସ୍ଥାନକୁ ଆସିଛନ୍ତି। ଆମେ ଯୋଗାଯୋଗ କରିଥିବା ସମସ୍ତ ପିଲା ସୁରକ୍ଷିତ ସ୍ଥାନକୁ ଆସି ଯାଇଛନ୍ତି। ଯଦି କେହି ଥିବେ ତାଙ୍କ ସହିତ ତୁରନ୍ତ ଯୋଗାଯୋଗ କରାଯିବ। ପେସୋଚିନରେ ବର୍ତ୍ତମାନ କିଛି ଛାତ୍ରଛାତ୍ରୀ ଅଛନ୍ତି। ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଆବସିକ କମିଶନର ଉଦ୍ଧାର କାର୍ଯ୍ୟରେ ଯୋଗାଯୋଗ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି। ଲଗାତର ଭାବେ କାର୍ୟ୍ୟ ଜାରି ରହିଥିବା ସେ କହିଛନ୍ତି।