ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାତିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ସ୍ଥିତ ପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବକୁ ସ୍କୁଲର ସଭାପତି କେଶବ ଛାପାଡ଼ିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀମାନେ ମଶାଲ ଧରି ଖେଳ ପଡ଼ିଆରେ ବୁଲେଇ ସ୍କୁଲ ସଭାପତିଙ୍କୁ ହସ୍ତାନ୍ତର କରିବା ପରେ କ୍ରୀଡ଼ା ପତାକାକୁ ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସ୍କୁଲର ସମ୍ପାଦକ ସୁନୀଲ ଅଗ୍ରୱାଲ, ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ନାରାୟଣ ପଟ୍ଟନାୟକ, ଭାଇସ ପ୍ରିନ୍ସିପାଲ ଅରୁଣା ନନ୍ଦ ଓ ସ୍କୁଲର ଡାୟରେକ୍ଟର ପ୍ରତିଶ ସିଦ୍ଧେଶ୍ୱର ମଞ୍ଚାସିନ ଥିଲେ । ପୂର୍ବରୁ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣେଶ ବନ୍ଦନା ଗାନ କରାଯାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିବାବକ, ଛାତ୍ରଛାତ୍ରୀ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପରିଚାଳନା ସଭ୍ୟମାନେ ଉପସ୍ଥିତ ଥିଲେ ।