ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସମାଜସେବୀ ଅନ୍ନା ହଜାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏନେଇ ରୁବୀ ହଲ୍ କ୍ଲିନିକର ଚିକିତ୍ସା ଅଧୀକ୍ଷକ ଡା. ଅବଧୁତ ବୋଡମବାଡ଼ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୯ରେ ଅନ୍ନା ହଜାରେ ଦେହ ଅସୁସ୍ଥ ହୋଇଥିଲା। ଆଉ ତାଙ୍କୁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।