Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନାରୀ ସଶକ୍ତୀକରଣରେ ଓଡ଼ିଶାର ପ୍ରୟାସ ପ୍ରଶଂସନୀୟ: ରାଜ୍ୟପାଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନାରୀ ସଶକ୍ତୀକରଣରେ ଓଡ଼ିଶାର ପ୍ରୟାସ ପ୍ରଶଂସନୀୟ: ରାଜ୍ୟପାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୃଷ୍ଟିର ଆଧାର ହେଉଛି ନାରୀ ଶକ୍ତି। ନାରୀ ଶକ୍ତିର ସଫଳ ଉପଯୋଗ ଓ ପ୍ରୟୋଗରେ ଅଛି ପ୍ରଗତିର ସୂତ୍ର। ଯେଉଁ ସମାଜ ନାରୀ ଶକ୍ତିକୁ ଅବହେଳା କରିଛି, ଝଟ୍ଟ ନକାରାତ୍ମକ ଫଳ ଭୋଗିଛି। ଭାରତୀୟ ଐତିହ୍ୟ ଓ ପରମ୍ପରାରେ ନାରୀକୁ ସର୍ବୋଚ୍ଚ ଆସନ ଦିଆଯାଇଛି। ସୁଖର କଥା, ସଂପ୍ରତି ନାରୀ ସଶକ୍ତୀକରଣ ପାଇଁ ଓଡ଼ିଶାରେ ପ୍ରଶଂସନୀୟ ପ୍ରୟାସ ହେଉଛି ଏବଂ ଏହାର ବ୍ୟାପକ ପ୍ରଭାବ ସବୁସ୍ତରରେ ଅନୁଭୂତ ହେଉଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ଭୁବନେଶ୍ଵରରେ ଫିକି, ମିଶନ ଶକ୍ତି ଓ ‘ସମ୍ବାଦ’ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ଲାଲ କହିଛନ୍ତି ଯେ ପରମ୍ପରା ସହ ଆଧୁନିକ ଜ୍ଞାନକୌଶଳର ସମନ୍ଵୟ ଆଜିର ଆବଶ୍ୟକତା। ମହିଳାମାନେ ଏଥିରେ ପ୍ରମୁଖ ଭୂମିକା ନେଇପାରିବେ। ଏଥି ନିମନ୍ତେ ଅନୁକୂଳ ପରିବେଶ ଏକାନ୍ତ ଜରୁରୀ। ଏପରି ପ୍ରୟାସ ଏ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏବଂ ମହିଳା ସଶକ୍ତୀକରଣ ଓ ମହିଳା ଔଦ୍ୟୋଗିକତା କ୍ଷେତ୍ରରେ ଏହା ଉପରୋକ୍ତ ଭୂମିକା ନେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ବିଧାୟକ ତଥା ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ପ୍ରକାଶ କରିବା ସହ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ଫିକି ଓଡ଼ିଶାର ଅଧ୍ୟକ୍ଷ ମୋନିକା ନାୟାର ପଟ୍ଟନାୟକ ଓଡ଼ିଶା-୫୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ରାଜ୍ୟପାଳ ୩୩ ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଶାରଦା ସୀମା ସମ୍ମାନ’ ପ୍ରଦାନ କରିଥିଲେ। ଏହି ଅବସରରେ ଏକ କଫି ଟେବୁଲ୍ ବୁକ୍ ‘ଓଡ଼ିଶା ୫୦’ ମଧ୍ୟ ଉନ୍ମୋଚିତ ହୋଇଥିଲା।