ତିରୁପତି,ଏଜେନ୍ସି: ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ ଜାରି ରହିଛି। ପ୍ରବଳ ବର୍ଷାରେ ଆନ୍ଧ୍ରପ୍ରଦେଶରେ ରୟାଲସୀମା ଅଞ୍ଚଳରେ ବନ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଏଥିରେ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ସରିୟୁ ନଦୀରେ ଅନ୍ନମୟ ଜଳ ପ୍ରକଳ୍ପକୁ ଭାଙ୍ଗି ରାଜମପେଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବନ୍ୟା ଜଳ ପ୍ରବେଶ କରିଛି। କପାଡା ଜିଲ୍ଲାର ୩ଟି ଯାତ୍ରୀ ଭର୍ତ୍ତି ହୋଇଥିବା ବସ୍ ରାଜମପେଟର ରାମପୁରମ ଅଞ୍ଚଳରେ ବନ୍ୟାରେ ଫସି ରହିଥିଲେ।
ଅଗ୍ନିଶମ ବାହିନୀ ସେଠାରେ ସେମାନଙ୍କୁ ଉଦ୍ଧାର କରୁଥିବା ବେଳେ ସେଠାରୁ ୧୨ ଜଣ ଯାତ୍ରୀ ଭାସି ଯାଇଥିଲେ।
ରାଜମପେଟର ବିଭିନ୍ନ ସ୍ଥାନରୁ ସେମାନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେହିପରି ଅନ୍ୟାନ୍ୟ ସ୍ଥାନରୁ ବନ୍ୟାରେ ଭାସିଯାଇଥିବା ଆଉ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେହିରପରି ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନିଖୋଜ ଥିବା ସୂଚନା ମିଳିଛି।