ଗିରିରାଜ ମୁଖାରବିନ୍ଦ ମନ୍ଦିରରେ ଅନନ୍ତ ଅମ୍ବାନୀଙ୍କ ପୂଜାର୍ଚ୍ଚନା

ଗିରିରାଜ ମୁଖାରବିନ୍ଦ ମନ୍ଦିରରେ ଅନନ୍ତ ଅମ୍ବାନୀଙ୍କ ପୂଜାର୍ଚ୍ଚନା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଅନନ୍ତ ଅମ୍ବାନୀ ଶୁକ୍ରବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଗୋବର୍ଦ୍ଧନସ୍ଥିତ ଜଟିପୁରାର ଶ୍ରୀ ଗିରିରାଜ ମୁଖାରବିନ୍ଦ ମନ୍ଦିରରେ ପହଞ୍ଚି ପ୍ରଭୁ ଗିରିରାଜ ଜୀଙ୍କ ଦର୍ଶନ କରିବା ସହ ଆରତିରେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। ପରେ ସେ ଗିରିରାଜ ପର୍ବତର ପରିକ୍ରମା ଆରମ୍ଭ କରିଥିଲେ। ତାଙ୍କ ସହ ରାଜ୍ୟସଭା ସାଂସଦ ଧନରାଜ ପରିମଳ ନାଥୱାନୀ ମଧ୍ୟ ଉପସ୍ଥିତ ଥିଲେ।