କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଏବଂ ଏହାର ଆଖପାଖ ୫ ଟି ଗ୍ରାମକୁ ଆଗାମୀ ୭ ଦିନ ପାଇଁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି । ୨୧ ତାରିଖ ଭୋର ୫ ଟାରୁ ୨୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆନନ୍ଦପୁର ମ୍ୟୁନିସିପାଲିଟି ଅଞ୍ଚଳ ସହିତ ପୌରାଞ୍ଚଳ ନିକଟବର୍ତ୍ତୀ ବେଲବାହାଳି, ଜଳସୁଆଁ, ଟୋଲଙ୍କ ପଡା, ସାଲବାଣୀ ଓ ମୋଚିଣ୍ଡା ଗାଁକୁ ମଧ୍ୟ ସାତଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଏଟିଏମ ଖୋଲା ରହିବ। ଏଲପିଜି ଗ୍ୟାସ ଆଇଟଲେଟରେ ବାଣ୍ଟନ ହୋଇପାରିବ। ସଟଡାଉନ ସମୟରେ ପୌରାଞ୍ଚଳରେ ଜରୁରୀ ସାମଗ୍ରୀ ଯୋଗାଇଦେବାକୁ ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପଞ୍ଚାୟତ ଅଞ୍ଚଳରେ ବିଡ଼ିଓଙ୍କ ତତ୍ତ୍ୱାବଧାନରେ ଏହି ବ୍ୟବସ୍ଥା (ଏମଆଇ) ମାର୍କେଟିଂ ଇନ୍ସପେକ୍ଟର ବୁଝିବେ।