ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ବ୍ଲକ ଅଧିନସ୍ଥ ସୀତାପଡ଼ି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡ଼ା ଓ ଦେଉଳପଙ୍ଗା ଗ୍ରାମରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟମାନେ ଉକ୍ତ ଗ୍ରାମର ବାସିନ୍ଦା, ସରପଞ୍ଚ ଓ ଗ୍ରାମବାସୀ ତଥା ଅଞ୍ଚଳର ସମସ୍ତ ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚି ହାତରେ ମାଟି କଳସ ନେଇ ଶପଥ ଗ୍ରହଣ କରିଥିଲେ । ଏଥିରେ ୧୨୭ ବାଟାଲିୟନ ସିଆରପିଏଫର କମାଣ୍ଡାଣ୍ଟ ଆନନ୍ଦ ଝା ଅତିଥିଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟଅତିଥିଙ୍କ ମଧ୍ୟରେ ଉପକମାଣ୍ଡେଣ୍ଟ ବିପିନ କୁମାର, ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ୱାର୍ଡ ପ୍ରତିନିଧି ଅଶୋକ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ସରପଞ୍ଚ ମିଡ଼ିଆକିଆ ଓ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା, ସିଆରପିଏଫର ଯବାନମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।