ମୋଦୀଙ୍କ ପୂର୍ବରୁ ଡୋଭାଲଙ୍କୁ ଭେଟିଲେ ଆମେରିକାର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ହୋଇଥିବା ଏହି ବୈଠକ ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଉଭୟଙ୍କ ମଧ୍ୟରେ ଆଫଗାନିସ୍ତାନରେ ବିଗୁଡ଼ୁଥିବା ସ୍ଥିତି ଓ ତାଲିବାନର ବଢ଼ୁଥିବା ପ୍ରଭାବକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହିତ ବାଇଡେନ ଓ ମୋଦୀ ସରକାରଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ଆପୋଷ ବୁଝାମଣା ଓ ପାରସ୍ପରିକ ସମ୍ବନ୍ଧକୁ ଆହୁରି ମଜଭୁତ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା।

ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ  ପୂର୍ବରୁ ଡୋଭାଲଙ୍କୁ ଭେଟିଥିବାରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି।