କାବୁଲରେ ଆମେରିକାର ଏୟାରଷ୍ଟ୍ରାଇକ୍

  • କାବୁଲ: କିଛି ସମୟ ପୂର୍ବରୁ କାବୁଲ ବିମାନବନ୍ଦର ପାଖରେ ରକେଟ ମାଡ଼ କରାଯାଇଥିବା ନେଇ ସୂଚନା ମିଳିଥିଲା । ଏବେ କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆକ୍ରମଣ ଉପରେ ତାଲିବାନର ବିବୃତି ପ୍ରକାଶ ପାଇଛି। ତାଲିବାନ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଥିଲା ଆମେରିକା। ଏୟାରଷ୍ଟ୍ରାଇକରେ ଆତ୍ମଘାତୀ ବିସ୍ଫୋରଣକାରୀର ଗାଡି ନଷ୍ଟ ହେବା ସହ ବିସ୍ଫୋରଣକାରୀର ମୃତ୍ୟୁ ଘଟିଛି। ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ କାବୁଲ ବିମାନବନ୍ଦରକୁ ଯାଉଥିଲା। ଟାର୍ଗେଟ ଥିଲା କାବୁଲ ବିମାନବନ୍ଦରକୁ ଉଡ଼ାଇବା।
    ଆମେରିକା ମଧ୍ୟ ଏହି ସମାନ ଦାବି କରିଛି। ଆମେରିକା କହିଛି ଯେ, ସେ ଏହି ଆକ୍ରମଣ କରିଥିଲା ଯେଉଁଥିରେ ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ରକେଟ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା। ତେବେ ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।