ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଜୁଲାଇରେ ଆସିବ ଘାତକ ହେଲିକପ୍ଟର ରୋମିଓ

ନୂଆଦିଲ୍ଲୀ, ଏଜେନ୍ସି: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା। ଜୁଲାଇରେ ଭାରତକୁ ମିଳିବ ଶକ୍ତିଶାଳୀ ହେଲିକପ୍ଟର ‘ରୋମିଓ’ । ଏହି କେହିକପ୍ଟର ଭାରତୀୟ ନୈସେନାରେ ସାମିଲ ହେବ। ସୂଚନା ଅନୁସାରେ, ଜୁଲାଇ ମାସରେ ଆମେରିକା ଭାରତୀୟ ନୌସେନାକୁ ଏମଏଚ-୬୦ ରୋମିଓ ହେଲିକପ୍ଟରର ପ୍ରଥମ କିସ୍ତି ଦେବ। ହେଲିକପ୍ଟର ସମ୍ବନ୍ଧୀୟ ଜରୁରୀ ଟ୍ରେନିଂ ପାଇଁ ନୌସେନା ପାଇଲଟ୍ ଆମେରିକାରେ ପହଞ୍ଚିସାରିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଏମଏଚ-୬୦ ରୋମିଓ ହେଲିକପ୍ଟର ପାଇଁ ୧୬ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହି ଚୁକ୍ତି ୨୦୨୦ରେ ହୋଇଥିଲା। ଏହି ହେଲିକପ୍ଟର ବିପରୀତ ପରିସ୍ଥିତରେ ମଧ୍ୟ ଶତ୍ରୁର ବିନାଶ କରିପାରିବ। ହେଲିକପ୍ଟରରେ ମଲ୍ଟି-ମୋଡ୍ ରାଡର ଖଞ୍ଜାଯାଇଛି। ରାତିରେ ଉଡ଼ିପାରିବାର କ୍ଷମତା ରଖିଛି ରୋମିଓ। ଏଥିରେ ହେଲଫାୟର ମିସାଇଲ୍, ଟାରପିଡୋ ଏବଂ ଅନ୍ୟ ଘାତକ ଅସ୍ତ୍ର ବି ରହିବ।