କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଅନେକ ସମୟରେ ରାସ୍ତା ଅଣ ଓସାରିଆ ଓ ଖରାପ ହୋଇଥିବାରୁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରୁନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀ ମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ କେଉଁଠି ମହିଳା ରାସ୍ତା କଡ଼ରେ ପ୍ରସବ କରୁଛି ତ କେଉଁଠି ରୋଗୀର ପ୍ରାଣ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଅଞ୍ଚଳରେ ତୁରନ୍ତ ଆମ୍ବୁଲାନ୍ସପାଇଁ ବାଇକ ଆମ୍ବୁଲାନ୍ସ ଉଦ୍ଘାଟିତ ହୋଇଛି। ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ପରେ ବାଇକ ଆମ୍ବୁଲାନ୍ସ ସେବାକୁ ଉଦ୍ଘାଟନ କରିଥିଲେ।
