ଓଲଟି ପଡ଼ିଲା ୧୦୨ ଆମ୍ବୁଲାନ୍ସ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଝରିଗାଁ-ଉମରକୋଟ ରାସ୍ତାର କରମରୀ ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଛାଡି ଫେରିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝରିଗାଁ ବ୍ଲକ୍ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ ପ୍ରସବ ଜନୀତ ଯନ୍ତ୍ରଣା ହୋଇଥିଲା। ୧୦୨ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଉମରକୋଟରୁ ଗାଡ଼ି ପାଣ୍ଡରାଗନ୍ଦୀ ଗ୍ରାମକୁ ଯାଇଥିଲା। ସେଠାରୁ ଗୋମତିକୁ ନେଇ ଇଛାପୁର ଡାକ୍ତରଖାନାରେ ଭର୍ତ୍ତିକରି ଫେରବାବେଳେ ଦୁର୍ଘଟଣା ଘଟିଥିଲା। ଗାଡି ଚାଳକ ମନୋଜ କୁମାର କୁଲଝରିଆ ଅଳ୍ପକେ ବର୍ତ୍ତିଯାଇଥିଲେ।