ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ। ୪୩ତମ ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ବାଜିଛି। ୨୫ ଟି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ। କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରିଛି କ୍ୟାବିନେଟ।
୧- ୨୦୨୫ ମସିହା ସୁଦ୍ଧା ଓଡ଼ିଶାକୁ ଏକ ଡ଼ାଟା ସେଣ୍ଟର ହବରେ ପରିଣତ କରାଯିବ। ଏହା ସହିତ ରାଜ୍ୟକୁ ଦେଶର ପ୍ରମୁଖ ୫ଟି ଡ଼ାଟା ସେଣ୍ଟର ହବ୍ ମଧ୍ୟରେ ସ୍ଥାନିତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଓଡ଼ିଶା ଡ଼ାଟା ସେଣ୍ଟର ପଲିସି-୨୦୨୨ କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏକ ଅନୁକୂଳ ପରିବେଶ ମଧ୍ୟରେ ଡ଼ାଟା ସେଣ୍ଟର ପ୍ରକଳ୍ପରେ ବିନିଯୋଗକୁ ଗତିଶୀଳ କରିବା ପାଇଁ ଉକ୍ତ ପଲିସି ମାଧ୍ୟମରେ ଉଦ୍ୟମ କରାଯିବ।
୨- ଗ୍ରୀଡକୋର ସରକାରୀ ଗଣ ତଥା ଏହାର ସୁଧ ବାବଦକୁ ଗତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୋଟ ଦେୟ ୨୦୩୯.୬୯ କୋଟି ଟଙ୍କାକୁ ସରକାରୀ ମୂଳଧନରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି।
୩- ରାଜ୍ୟରେ ନିର୍ମାଣଧୀନ ୧୦ଟି ଶକ୍ତି ସରଂକ୍ଷଣ ପ୍ରକଳ୍ପର ୩୦ ଶତକଡା ସରକାରୀ ଅଂଶଧନ ବାବଦକୁ ୧୪୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
୪- ଓଡ଼ିଶା ସୂଚନା (ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୧୯୯୫ ଏବଂ ଓଡ଼ିଶା ସୂଚନା ସେବା (କନିଷ୍ଠ ବର୍ଗ) (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୦୯ ପରିବର୍ତ୍ତେ ଏକକ ଓଡ଼ିଶା ସୂଚନା ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ଭାବଳୀ) ନିୟମାବଳୀ ୨୦୨୨ ପ୍ରଣୟନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଛନ୍ତି।
୫- ଏମ.ଏସ.ଏମ.ଇ ସେକ୍ଟରରେ ମେଡିକାଲ ଅମ୍ଳଜାନର ରିଫିଲିଂ ଏବଂ ପୁନଃ ପ୍ୟାକେଜିଂକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ଏମ.ଏସ.ଏମ.ଇ ବିକାଶ ନୀତି ୨୦୧୬ ରେ ଆବଶ୍ୟକୀୟ ସଂଶୋଧନ କରାଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଏହା ଦ୍ବାରା ରାଜ୍ୟରେ ରୋଜଗାର ସୃଷ୍ଟି ସହିତ ଏହି ସେକ୍ଟରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରାଯାଇପାରିବ।
୬- ଓଡ଼ିଶା ଯାନ୍ତ୍ରିକ ସେବା ଆଇନ, ୨୦୨୧ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ଉପନିର୍ବାହୀ ଯନ୍ତ୍ରୀ ପଦବୀ ଉଚ୍ଛେଦ ସହିତ ପୂର୍ବରୁ ଥିବା ଅଧୀକ୍ଷଣ ଯନ୍ତ୍ରୀ ଲେଭଲ୍-୧ ଏବଂ ଲେଭଲ୍-୨ କୁ ଏକତ୍ର କରାଯିବ। ଅଧୀକ୍ଷଣ ଯନ୍ତ୍ରୀ ପଦବୀର ପୁନର୍ବିନ୍ୟାସ କରାଯାଇ ଏକ ନୂତନ ପଦବୀ ‘ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ’ ସୃଷ୍ଟି କରାଯିବ। ଏହା ସହିତ ଯାନ୍ତ୍ରିକ ପଦବୀ ସଂଖ୍ୟା ୧୪୭ ରୁ ୧୯୦ କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୁ ଦେଇଛନ୍ତି।
୭- ରାଜ୍ୟର କୃଷକ ମାନଙ୍କ ଆୟବୃଦ୍ଧି, ଅଣୁଜଳସେଚନର ବ୍ୟବସ୍ଥା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ ୨୫୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।
୮- ‘କାଳିଆ’ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟାକାରି କରାଯିବ। ଏହା ସହିତ କୃଷକ ମାନଙ୍କର ଆୟ ବୃଦ୍ଧି ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟ ରଖିଛନ୍ତି ସରକାର। ତେଣୁ ରାଜ୍ୟ କ୍ୟାବିନେଟ୍ (୨୦୨୧ – ୨୨ରୁ ୨୦୨୩ – ୨୪ ଆର୍ଥିକ ବର୍ଷ ) ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ରାଜ୍ୟର ସମସ୍ତ କାଳିଆ ଯୋଜନା ହିତାଧିକାରୀ କୃଷକ ପରିବାର ବହୁଳ ଭାବରେ ଉପକୃତ ହେବେ।
୯- ରାଜ୍ୟର କୃଷି ପରିସଂଖ୍ୟାନ ଶାଖାରେ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ପ୍ରସ୍ତୁତ ଓଡ଼ିଶା କୃଷି ପରିସଂଖ୍ୟାନ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ଚାକିରୀ ସର୍ଭାବଳୀ) ନିୟମାବଳୀ, ୨୦୨୨କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି।
୧୦- ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ ସେବା ବର୍ଗରୁ ପୃଥକ କରାଯାଇଛି। ଓଡ଼ିଶା ସମବାୟ ସମୀକ୍ଷକ ବର୍ଗର ପୂର୍ବଗଠନ କରାଯିବ। ଏହା ସହିତ ଏହି ବର୍ଗର ମୋଟ ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
୧୧- ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଓଡ଼ିଶା ଆର୍ଥିକ ଦାୟିତ୍ଵ ଏବଂ ୨୦୦୫ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ ବଜେଟ ପରିଚାଳନା ଅଧିନିୟମ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।
୧୨- ବେସରକାରୀ ଡିଲର ମାନଙ୍କ ଦ୍ବାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଚାରୁରୂପେ ପଚିଚାଳନା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ର clause – 4 (6) ନିର୍ଦ୍ଧାରଣ କରାଯାଇଥିବା ସମୟସୀମାର ଅବଧି ୬ ବର୍ଷରୁ ୬ବର୍ଷ ୬ ମାସକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି କରିଛନ୍ତି।
୧୩- ଓଡ଼ିଶା ବେସାମରିକ ସେବା ନିୟମ (ଉଚ୍ଚ ବୟସସୀମା ସ୍ଥିରୀକରଣ) ନିୟମାବଳୀ, ୧୯୮୯ରେ ଅଣାଯାଇଥିବା ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି।
୧୪- ରାଜ୍ୟର ବିଭିନ୍ନ ସରକାରୀ ଚାକିରୀରେ ବିନାଦେୟ ଆବେଦନ କରିବା ଏବଂ ପ୍ରଣୟନକୁ ନିଯୁକ୍ତି ପ୍ରକ୍ରିୟା ଅଂଶଗ୍ରହଣ କରିବା ନିୟମାବଳୀ, ୨୦୨୨ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି।
୧୫- ଓଡ଼ିଶା ବେସାମରିକ ସେବା (ପଦସ୍ତୋତି ମାନଦଣ୍ଡ ) ନିୟମାବଳୀ, ୧୯୯୨ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।
୧୬- ୱାର୍ଡରମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦନ୍ନୋତି ପାଇଁ ନୂତନ ଓଡ଼ିଶା ଅଧସ୍ତନ କାରାଗାର ସେବା (ୱାର୍ଡର ନିଯୁକ୍ତି ପଦ୍ଧତି ଏବଂ ସେବାସର୍ଭ) ନିୟମାବଳୀ, ୨୦୨୨ ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି।
୧୭- ଓଡ଼ିଶା ରାଜ୍ୟ ଅତିଥିଭବନ କର୍ମଚାରୀ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ଭାବଳୀ ନିୟନ୍ତ୍ରଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି।
୧୮- ଓଡ଼ିଶା ନିର୍ଦ୍ଦିଷ୍ଟ ଲଘୁ ଖଣିଜ ଉତ୍ସ ନିଲାମ ନିୟମ ୨୦୧୯ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।
୧୯- ଓଏମ୍ଏମ୍ସି, ନିୟମ ୨୦୧୬ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି।
୨୦- କୋଭିଡ-୧୯ ମହାମାରୀ ସମୟରେ ପିଲାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏବଂ ଜରୁରୀକାଳୀନ ପଦକ୍ଷେପ ଭାବରେ ‘ବିଜୁ ଶିଶୁ ସୁରକ୍ଷା ଯୋଜନା’ ଅଧୀନରେ ଉପଯୋଜନା ଭାବରେ ‘ଆଶୀର୍ବାଦ’ ଯୋଜନାର ପ୍ରଚଳନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।
୨୧- ଟଣ୍ଡ କି ଆଧାରରେ ସମଲେଇ ଯୋଜନାରେ ମା’ ସମଲେଶ୍ବରୀ ମନ୍ଦିର କ୍ଷେତ୍ରର ବିକାଶ ପାଇଁ ସର୍ବନିମ୍ନ ନିବିଦା ପ୍ରଦାନ କାରୀ M / S URC , Constructions Pvt . Ltd ଙ୍କର ୧୧୪କୋଟି ୨୦ଲକ୍ଷ୍ୟଟଙ୍କାର ସର୍ବନିମ୍ନ ନିବିଦାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ।
୨୨- ‘ଅବଢା’ ଯୋଜନା ମାଧ୍ୟମରେ ଐତିହ୍ୟ ସଂପର୍ଣ୍ଣ ସହର ପୁରୀର ବିକାଶ ପାଇଁ ଟର୍ଷ କି ଭିଭିରେ ସର୍ବନିମ୍ନ ନିବିଦା ପ୍ରଦାନକାରୀ M / s B.C.Bhuyan Constructions Pvt . Ltd ଙ୍କର ୧୦୨ କୋଟି ୪୦ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ କାର୍ଯ୍ୟାରମ୍ଭ ନିମନ୍ତେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
୨୩- ଭବାନୀପାଟଣାଠାରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ସରକାରୀ ଭେଷଜ ଚିକିତ୍ସାଳୟ ସ୍ଥାପନ ପାଇଁ M / s Iron Triangle Ltd. ଙ୍କର ୧୬୧.୧୫ କୋଟି ଟଙ୍କାର ସର୍ବନିମ୍ନ ନିବିଦାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ।
୨୪- ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଇଶିଙ୍ଗା ଶାଖାକେନାଲର ୩୦ କିଲୋମିଟରରୁ ୪୫କି.ମି ପର୍ଯ୍ୟନ୍ତ ନିର୍ମାଣ ପାଇଁ ୯୨ କୋଟି ୭୪ ଲକ୍ଷ ୨୩ହଜାର ୨୮୬ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରକଳ୍ପଟି ୨୪ମାସ ମଧ୍ୟରେ ସଂପୂର୍ଣ୍ଣ ହେବା ସହିତ ମୟୂରଭଞ୍ଜ ଜିଲ୍ଲାର ୮୧୮୨ ହେକ୍ଟର ଜମିରେ ଜଳସେଚନ ହେବ।
୨୫- ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୮୨୩.୪୫ କୋଟି ଟଙ୍କାରେ ଆଗାମୀ ୫ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ବାରା ବିଭିନ୍ନ ପ୍ରକଳ୍ପରେ ୪୨୬୫୮ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ଓ ୭୪୪୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇପାରିବ।