ଅମରନାଥ ଯାତ୍ରାର ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ପବିତ୍ର ଅମରନାଥ ଯାତ୍ରା ନିମନ୍ତେ ଏପ୍ରିଲ ୧ରୁ ଶ୍ରଦ୍ଧାଳୁଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ ୨୮ରୁ ଆରମ୍ଭ ହେଉଥିବା ଏହି ଯାତ୍ରା ୫୬ ଦିନ ଚାଲିବା ପରେ ଅଗଷ୍ଟ ୨୨ରେ ଶେଷ ହେବ। ଶ୍ରଦ୍ଧାଳୁମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ୩୧୬, ୟେସ୍ ବ୍ୟାଙ୍କ୍‌ର ୪୦ ଓ ଜମ୍ମୁ-କଶ୍ମୀର ବ୍ୟାଙ୍କ୍‌ର ୯୦ଟି ଶାଖା ଜରିଆରେ ନିଜର ନାମ ପଞ୍ଜୀକରଣ କରିପାରିବେ ବୋଲି ଶ୍ରୀ ଅମରନାଥ ସାଇନ ବୋର୍ଡର ସିଇଓ ସୂଚନା ଦେଇଛନ୍ତି।

ଅମରନାଥ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଚଳିତବର୍ଷ ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଅଧିକ ବୟସର ଭକ୍ତଙ୍କ ସମେତ ୬ ମାସରୁୁ ଊର୍ଦ୍ଧ୍ୱ ସମୟର ଗର୍ଭବତୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇନାହିଁ।