ସ୍ବାଭିମାନ ଅଞ୍ଚଳରେ ହେବ ସୁପରହିଟ ଫିଲ୍ମ ପୁଷ୍ପା-୨ର ସୁଟିଂ

ହାଇଦ୍ରାବାଦ,ଏଜେନ୍ସି: ମାଲକାନଗିରି ଜଙ୍ଗଲରେ ଲୁଚିଛି ପୁଷ୍ପା ! ଖୋଜିବାକୁ ଲାଲଗଡକୁ ଆସିବ ପୋଲିସ । ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ମାଲକାନଗିରି ଜଙ୍ଗଲରେ ସୁଟିଂ ହେବ ବହୁ ପ୍ରତିକ୍ଷୀତ ପୁଷ୍ପା-୨ର ସୁଟିଂ । ଚନ୍ଦନ କାଠ ଚୋରାଇ ଫେରାର ଥିବା ପୁଷ୍ପାରାଜକୁ ସ୍ବାଭିମାନ ଅଞ୍ଚଳର ଜଙ୍ଗଲରେ ଖୋଜିବ ପୋଲିସ । ‘ପୁଷ୍ପା ଝୁକେଗା ନହି ଶାଲା’ ଏ ଡାଏଲଗ ଗୁଞ୍ଜରିତ ହେବ ସ୍ବାଭିମାନ ଅଞ୍ଚଳର ଜଙ୍ଗଲ ।

ବକ୍ସ ଅଫିସରେ ବହୁ ପ୍ରଶଂସା ସାଉଁଟିବା ସହ ଧମାଲ କରିଥିଲା ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପା । ଏହାର ଦ୍ବିତୀୟ ଭାଗକୁ ପୁରା ଦେଶବାସୀ ଚାହିଁ ବସିଥିବା ବେଳେ ଆରମ୍ଭ ହୋଇଛି ସୁଟିଂ । ଏହାର ଟ୍ରେଲର ରିଲିଜ ହୋଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ଲୁକକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ପୁଷ୍ପା-୨ର କିଛି ପାର୍ଟ ମାଲକାନଗିରିରେ ସୁଟିଂ ହେବ । ସ୍ବାଭିମାନ ଅଞ୍ଚଳରେ ହେବ ସୁପରହିଟ ଫିଲ୍ମ । ଚନ୍ଦନ କାଠ ଚୋରାଇ ଫେରାର ଥିବା ପୁଷ୍ପାରାଜକୁ ସ୍ବାଭିମାନ ଅଞ୍ଚଳର ଜଙ୍ଗଲରେ ଖୋଜିବ ପୋଲିସ ।

ସୂଚନାଅନୁସାରେ, ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପା-୨ର କିଛି ଅଂଶର ସୁଟିଂ ପାଇଁ ମାଲକାନଗିରିକୁ ଚୟନ କରିଛନ୍ତି ପ୍ରଯୋଜନା ସଂସ୍ଥା । ଏନେଇ ପ୍ରଡକ୍ସନର କର୍ମକର୍ତ୍ତା ମାନକାନଗିରି ଜିଲ୍ଲର କିଛି ଜାଗା ବୁଲି ଦେଖିଥିବା ବେଳେ ସୁଟିଂ ପାଇଁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଅନୁମତି ମାଗିଥିବା ଜଣାପଡିଛି । ଝୁଲାପୋଲ, ଗନ୍ତାଳଗୁଡା, ଗୁରୁପ୍ରିୟା ସେତୁ, ଗୋବିନ୍ଦ ପାଲ୍ଲୀ ଘାଟି ଓ ସପ୍ତାଧାରା ନଦୀ ବୁଲି ଦେଖିଛନ୍ତି ଟିମ । ତେବେ ଅନୁମତି ମିଳିଲେ ଆସନ୍ତା ମେ ମାସର ପ୍ରଥମ ସପ୍ତାହରେ ସୁଟିଂ ହେବ ବୋଲି ଜଣାପଡିଛି । ତେବେ ଏତେ ବଡ ସୁପରହିଟ ହିରୋଙ୍କ ସୁପର ହିଟ ଫିଲ୍ମ ମାଲକାନଗିରରେ ସୁଟିଂ ହେବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।