ପଦୋନ୍ନତିରେ ତ୍ରୁଟି ଅଭିଯୋଗ : ଡିଇଓ ଅଫିସ୍ ଘେରିଲା ଶିକ୍ଷକ ସଂଘ

କୋରାପୁଟ,ଏନ୍ଏନ୍ଏସ୍: ଶିକ୍ଷକଙ୍କ ପଦୋନ୍ନତିରେ ତ୍ରୁଟି ଥିବା ଅଭିଯୋଗ କରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ବିଏ ବିଇଡି ଓ ବିଏ ସିଟିକୁ ନେଇ ଗୋଟିଏ ତାଲିକା ଏବଂ ଏଚଏସସି ଓ ଆଇଏ ସିଟିକୁ ନେଇ ଆଉ ଗୋଟିଏ ତାଲିକା କରି ପ୍ରମୋସନ ଲିଷ୍ଟ କରାଯିବା କଥା କିନ୍ତୁ ତାହା କରାଯାଇ ନଥିବା ସଂଘ ଅଭିଯୋଗ କରିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଗତମାସ ୩୧ରେ ସଂଘର କର୍ମକର୍ତ୍ତା ଆଲୋଚନା କରି ୨୦୧୯ କ୍ୟାଡର ନିୟମ ଆଧାରରେ ତାଲିକା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ତାହା କରାଯାଇ ନଥିବା ସଂଘ ଅଭିଯୋଗ କରିଛି। ଯଦ୍ୱାରା ବହୁ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସଂଘ ପ୍ରତିକ୍ରିୟା ରଖିଛି। ଯଦି କ୍ୟାଡର ନିୟମ ଅନୁସାରେ ପଦୋନ୍ନତି ତାଲିକା ପ୍ରସ୍ତୁତ କରାନଯାଏ ତେବେ ଆସନ୍ତା ଦିନରେ ଶିକ୍ଷକ ସଂଘ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଶିକ୍ଷକ ସଂଘ ସହ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।