ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବଢ଼ୁଥିବା ଲଭ ଜିହାଦ ମାମଲା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଇଛନ୍ତି। ହାଇକୋର୍ଟଙ୍କ କହିବାନୁସାରେ, କୌଣସି ବି ବ୍ୟକ୍ତିର ନିଜ ପସନ୍ଦ ମୁତାବକ ଜୀବନସାଥୀ ଚୟନ କରିବାର ମୌଳିକ ଅଧିକାର ରହିଛି। ଅଲଗା ଅଲଗା ଜାତିର ହୋଇଥିଲେ କାହାରିକୁ କାହା ସହିତ ରହିବାକୁ କିମ୍ବା ବିବାହ କରିବାକୁ ରୋକାଯାଇ ପାରିବ ନାହିଁ। ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କ ସମ୍ପର୍କକୁ କେବଳ ହିନ୍ଦୁ ଓ ମୁସଲମାନ ଆଧାରରେ ଦେଖାଯିବ ନାହିଁ। ନିଜ ପସନ୍ଦର ସାଥୀକୁ ବିବାହ କରିବା ପାଇଁ ତାଙ୍କ ପରିବାର, କୌଣସି ବ୍ୟକ୍ତି କିମ୍ବା ସରକାରଙ୍କର ବିରୋଧ କରିବାର କୌଣସି ଅଧିକାର ନାହିଁ।