Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପାଟଣାଗଡ଼ ସମେତ ରାଜ୍ୟର ସମସ୍ତ ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ଦିଆଯାଉ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପାଟଣାଗଡ଼ ସମେତ ରାଜ୍ୟର ସମସ୍ତ ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ଦିଆଯାଉ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସମେତ ଜିଲ୍ଲାର ସମସ୍ତ ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବାକୁ ବରିଷ୍ଠ କଂଗ୍ରେସ ନେତା ଯଜ୍ୟେଶ୍ୱର ଦାବୀ କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ବଡ଼ ବଡ଼ ସହର ଓ ମାଓ ଉପଦ୍ରୁତ ସହରଙ୍କୁ ଜିଲ୍ଲାର ମାନ୍ୟତା ଦିଆଯାଉ ବୋଲି ଯଜ୍ୟେଶ୍ୱର ସ୍ୱର ଉଠାଇଛନ୍ତି । ସ୍ଥାନୀୟ ଗୋକୁଳ ରେସ୍ତୋରାଁରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପାଟଣାଗଡ଼କୁ ଜିଲ୍ଲା ଘୋଷଣା କରାଯିବା ଦାବୀ ସମ୍ପର୍କରେ ଯଜ୍ୟେଶ୍ୱର ବିସ୍ତୃତ ସୂଚନା ଦେଇଥିଲେ । ବିଜୁ ବାବୁଙ୍କୁ ଜଣେ ରାଜନୈତିକ ଯୋଦ୍ଧା ଭାବରେ ବର୍ଣ୍ଣନା କରିବା ସହ ରାଜ୍ୟର ୧୩ରୁ ୩୦ ଜିଲ୍ଲା ପୁନଃର୍ଗଠନ ସମୟ ବର୍ଣ୍ଣନା କରିବା ସହ ପାଟଣାଗଡ଼କୁ ଏକ ଜିଲ୍ଲା କରାଯିବାର ସମ୍ପୂର୍ଣ୍ଣ ଯଥାର୍ଥତା ରହିଥିବା ସେ ଦର୍ଶାଇଥିଲେ । ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଭତାପଡ଼ା ଗ୍ରାମକୁ ନିଜର ଜ୍ଞାନସ୍ଥଳୀ ଦର୍ଶାଇ ଏହି ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ପାଇଁ ସେ ଅଣ୍ଟା ଭିଡ଼ିଥିବା ପ୍ରକାଶ କରିଥିଲେ । ଶୋଇଲା ପୁଅର ଭାଗ ନାହିଁ, ନୀତିରେ ଆମେ ଦାବୀ ନ ଜଣାଇଲେ ଆମ କଥା କେହି ଶୁଣିବେ ବାହିଁ ବୋଲି କହିବା ସହ ଜନମତ ସୃଷ୍ଟି କରିବା ପାଇଁ ଏକ ଧ୍ୱନିର ଆବଶ୍ୟକତା ରହିଥିବା କହିଥିଲେ । ଉକ୍ତ ଧ୍ୱନୀ ଉପଖଣ୍ଡର ୩ଟି ଯାକ ବ୍ଲକ ଅଞ୍ଚଳକୁ ପ୍ରସାରିତ ହେଲେ ପାଟଣାଗଡ଼କୁ ଜିଲ୍ଲାର ମାନ୍ୟତା ପାଇବାରୁ କେହି ରୋକିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉକ୍ତ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଯଥା- ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ଇତ୍ୟାଦି ବିଷୟରେ ଆଲୋଚନା କରି ଏହାର ସମାଧାନ ତଥା ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ମୂଳ କେନ୍ଦ୍ର ହୋଇଥିବା ଦର୍ଶାଇ ପାଟଣାଗଡ଼ ଜିଲ୍ଲାର ମାନ୍ୟତା ପାଇଁ ଯଥାର୍ଥତା ରହିଥିବା ସେ ଯୁକ୍ତି ବାଢ଼ିଥିଲେ । ଆଗାମୀ ୧ ମାସ ମଧ୍ୟରେ ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଉକ୍ତ କମିଟି ୩ଟି ଯାକ ବ୍ଲକର ବିଭିନ୍ନ ଗ୍ରାମ, ପଞ୍ଚାୟତସ୍ତରରେ ଜନମତ ସୃଷ୍ଟି କରିବା ସହ ୱାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କଠାରୁ ଜିଲ୍ଲା ଦାବୀରେ ସମ୍ମତି ଗ୍ରହଣ କରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ଖୁବଶୀଘ୍ର ଏକ ବୁଦ୍ଧିଜୀବୀ ସମାବେଶର ଆୟୋଜନ କରାଯାଇ ଦାବୀକୁ ଶାଣିତ ଏବଂ ତୀବ୍ର କରାଯିବା ବୋଲି ଯଜ୍ୟେଶ୍ୱର କହିଥିଲେ । ସେ ଏଠାରୁ ରାଜନୈତିକ ପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି କି ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଯଜ୍ୟେଶ୍ୱର ଚତୁରତାର ସହ ଉତ୍ତର ରଖିଥିଲେ । ଏଥିପାଇଁ ମନସ୍ଥ କରି ନଥିବାବେଳେ ଜନମତ କିମ୍ବା ଦଳୀୟ ଚାପ ତାଙ୍କ ଉପରେ ପକାଗଲେ ସେ ହୁଏତ ବିଚାର କରିବେ ବୋଲି କହିଥିଲେ ।