ଆସାମରେ ବନ୍ଦ ହେବ ମଦ୍ରାସା!

ଗୁଆହାଟୀ,ଏଜେନ୍ସି: ଆସାମରେ ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ମଦ୍ରାସାକୁ ବନ୍ଦ କରାଯିବ ବୋଲି ଜଣାପଡିଛି। ସୋମବାର ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଧାନସଭାରେ ଏକ ବିଲ୍ ଆଗତ କରିଛନ୍ତି। ଏହା ‘ଆସାମ ରିପିଲିଙ୍ଗ୍ ବିଲ୍-୨୦୨୦’ ନାମରେ ନାମିତ କରାଯାଇଛି। ଗୃହରେ ଉକ୍ତ ବିଲ୍ ଅନୁୁମୋଦିତ ହେଲେ ପୂର୍ବରୁୁ ପ୍ରଚଳିତ ଦୁଇଟି ଆଇନ ଯଥା ‘ଦି ଆସାମ ମଦ୍ରାସା ଏଡୁକେସନ (ପ୍ରୋଭିନ୍ସିଆଲାଇଜେସନ) ଆଇନ ୧୯୯୫’ ଓ ‘ଦି ଆସାମ ମଦ୍ରାସା ଏଡୁକେସନ (ପ୍ରୋଭିନ୍ସିଆଲାଇଜେସନ ଅଫ୍ ସର୍ଭିସେସ୍ ଅଫ୍ ଏମ୍ପ୍ଲୟିଜ୍ ଆଣ୍ଡ୍ ରିଅର୍ଗାନାଇଜେସନ ଅଫ୍ ମଦ୍ରାସା ଏଡୁକେସନାଲ ଇନଷ୍ଟିଚ୍ୟୁସନ) ଆଇନ ୨୦୧୮’ ଉଚ୍ଛେଦ ହେବ ବୋଲି ସରକାରୀଭାବେ କୁହାଯାଇଛି। ତେବେ ଘରୋଇ ମଦ୍ରାସା ଉପରେ ଉକ୍ତ ବିଲର କୌଣସି ପ୍ରଭାବ ରହିବ ନାହିଁ ବୋଲି ବିଶ୍ୱଶର୍ମା ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ବିରୋଧୀ ଦଳ ତୀବ୍ର ପ୍ରତିବାଦ କରିଛନ୍ତି।