କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏସଏସସିର ସମସ୍ତ ପରୀକ୍ଷା ସ୍ଥଗିତ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ସାରାରେ ସମସ୍ତ ଏଜୁକେସନ୍ ଇନସ୍ଟିଚ୍ୟୁଟ, ପରୀକ୍ଷା ଓ ସମସ୍ତ ଖାତାଦେଖା କାର୍ଯ୍ୟକୁ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସଏସସି ପକ୍ଷରୁ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ତେବେ ବର୍ତ୍ତମାନ ଦେଶରେ ସ୍ୱାସ୍ଥ୍ୟବସ୍ଥାରେ ବିପର୍ଯ୍ୟୟ ପରିସ୍ଥିତି ଉପୁଜି ଥିବାରୁ ଏହାକୁ ଲକ୍ଷ କରି ଏସଏସସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଏସଏସସି ନୋଟିସ ଜାରି କରିଛି ଯେ ଆସ୍ତନ୍ତା ୨୦ ତାରିଖରୁ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ତେବେ ଏ ନେଇ ଆଡମିଟ କାର୍ଡ ଜାରି ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂତନ ଆଡମିଟକାର୍ଡ ଜାରି ହେବ ବୋଲି କୁହାଯାଇଛି। ଏଥିସହ ସମସ୍ତଙ୍କୁ ସଚେତନ କରାଯାଇଛି ଯେ କାହା ସହିତ ମିଳାମିଶା ନକରିବାକୁ ଏବଂ ନିଜକୁ ସଂକ୍ରମଣରୁ ରକ୍ଷା କରିବାକୁ।

ତେବେ ଏହି ପରୀକ୍ଷା ଆଗାମୀ ଦିନରେ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ବୋଲି ଅନୁମାନ ହେଉଛି। ତେବେ ସମସ୍ତ ପରୀକ୍ଷାର୍ଥୀଙ୍କୁ ନୋଟିସ ବୋର୍ଡ ପ୍ରତି ଅପଡେଟ ରହିବାକୁ କୁହାଯାଇଛି।