ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ଏବଂ ଜଳାଶୟ ବନ୍ଦ

ଗଞ୍ଜାମ,ଏନ୍ଏନ୍ଏସ୍: ପର୍ବ ସମୟରେ ବଡ଼ ସମାବେଶକୁ ଏଡାଇବା ପାଇଁ ଗଞ୍ଜାମର ସମସ୍ତ ସମୁଦ୍ର ବେଳାଭୂମି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଉତ୍ସବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି। ପୋଲଙ୍ଗଲ ଉତ୍ସବ ତେଲୁଗୁ ସମାଜର ଏକ ପ୍ରମୁଖ ପର୍ବ। ଏହି ସମୟରେ ଗୋପାଳପୁର, ସୋନାପୁର ଇତ୍ୟାଦି ଏବଂ ଅନ୍ୟାନ୍ୟ ପ୍ରମୁଖ ଜଳାଶୟଗୁଡିକ ୧୭ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।