୨୦୨୨ ନିର୍ବାଚନ ଲଢିବେନି ଅଖିଳେଶ

ଲକ୍ଷ୍ନୌ,ଏଜେନ୍ସି: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି। ଅଖିଳେଶ ବର୍ତ୍ତମାନ ଆଜମଗଡ ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ସେ କେବେହେଲେ ବିଧାନସଭା ନିର୍ବାଚନ ଲଢିନାହାନ୍ତି।

ବିଧାନପରିଷଦ ସଦସ୍ୟତା ଯୋଗୁଁ ଅଖିଳେଶ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଆଗାମୀ ନିର୍ବାଚନରେ ତାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଦଳ ସହ ମେଣ୍ଟ କରିବ ବୋଲି ଅଖିଳେଶ ସୂଚନା ଦେଇଛନ୍ତି। ପୂର୍ବରୁ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପ) ଘୋଷଣା କରିସାରିଛି।