ଅଖିଲେଶ ଯାଦବ କରୋନା ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ସେ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଛନ୍ତି। ଏନେଇ ସେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ଜାରି ରହିଛି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇବା ସହ ଆଇସୋଲେସନରେ ରହିବା ପାଇଁ ଶ୍ରୀ ଯାଦବ କହିଛନ୍ତି।

ଗତ କିଛି ଦିନ ପୂର୍ବରୁ ଅଖିଲେଶ କହିଥିଲେ ଯେ, କରୋନା ଟିକା ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯିବା ପରେ ତାଙ୍କ ଦଳର ସଦସ୍ୟମାନେ ଟିକା ନେବେ। ଏହାସହ ଟିକାର ପ୍ରଭାବଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେହିପରି ସେ କରୋନା ଟିକାକୁ‘ ବିଜେପି ଟିକା’ କହିବା ସହ ଟିକା ଉତ୍ପାଦନକାରୀ ବୈଜ୍ଞାନିକ ଓ ଡାକ୍ତରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ବିଜେପିର ଟିକା ଦ୍ୱାରା ଟିକାକରଣ କରିପାରିବୁ ନାହିଁ ବୋଲି ସେ କହିଥିଲେ। ପରେ କରୋନା ଟିକା ଉତ୍ପାଦନକାରୀ ବୈଜ୍ଞାନିକମାନଙ୍କୁ ଅପମାନିତ କରିନାହାନ୍ତି ବୋଲି କହିଥିଲେ।