ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ଅନ୍ତର୍ଭୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ନବରଙ୍ଗପୁର ଦ୍ୱାରା ଓଡ଼ିଶାରେ ଗୁଣ୍ଡି ଭାଷାର ସରଳ (ତ୍ରିଭାଷୀ) ଭାଷା ଶିକ୍ଷଣୀୟ ପୁସ୍ତିକା ପ୍ରକାଶ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଧନ୍ୟବାଦ ଜଣାଇଛି। ଏନେଇ ମହାସଭା ୨୦୧୫ ମସିହାରୁ ସରକାରଙ୍କଠାରେ ଗୁଣ୍ଡି ଭାଷାର ପ୍ରଚାର ପ୍ରସାର ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରି ଆସୁଥିଲା ବୋଲି ପ୍ରେସ ବିବୃତି ମାଧ୍ୟମରେ କୁହାଯାଇଛି। ତେବେ ସରକାର ଗୁଣ୍ଡି ଭାଷାର ପ୍ରଚଳନ ପାଇଁ ଶେଷରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସର୍ବପୁରାତନ ଭାଷାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟକ୍ଷମ ହେବ। ଗୁଣ୍ଡି ଭାଷା ଲିପି ଦ୍ୱରା ଝାରସୁଗୁଡ଼ାସ୍ଥିତ ବିକ୍ରମଖୋଲ ଓ ଉଲାପଗଡ଼ ଆଦି ପୁରାତନ ଶିଳାଲିପିର ପ୍ରକୃତ ଉଚ୍ଚାରଣ ଲୋକଲୋଚନକୁ ଆସିବ। ତେଣୁ ଗୁଣ୍ଡି ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ,ପାଠ୍ୟକ୍ରମରେ ଭର୍ତ୍ତି ଓ ରାଜ୍ୟର ପୁରାତନ ଶିଳାଲିପି ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ପକ୍ଷରୁ ଦାବି କରାଯାଇଛି।