ରୁଷରୁ ଏକେ-୧୦୩ ରାଇଫଲ କିଣିିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ରୁଷ ନିକଟରୁ ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ କିଣିବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ଭାରତୀୟ ସ୍ଥଳସେନା ଏହାର ଯୁଦ୍ଧାସ୍ତ୍ର ଆଧୁନିକୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରୁଥିବାରୁ ଏଭଳି ରାଇଫଲର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସ୍ଥଳସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏଥିନେଇ ଭାରତ-ରୁଷ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇସାରିଛି। ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧାସ୍ତ୍ର କ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୭ ଅକ୍ଟୋବରରେ ତିନି ବାହିନୀକୁ ଆର୍ଥିକ କ୍ଷମତା ପ୍ରଦାନ କରିସାରିଛି। ତଦନୁଯାୟୀ ସେନା ପକ୍ଷରୁ ୭ ଲକ୍ଷ ରାଇଫଲ, ୪୪ ହଜାର ଲାଇଟ୍ ମେସିନ ଗନ୍ (ଏଲଏମଜି), ୪୪ ହଜାର କାର୍ବାଇଜ କିଣାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନୂତନ ଅସ୍ତ୍ରଶସ୍ତ୍ର ଜରିଆରେ ଭାରତୀୟ ସେନାର ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।