ମୁମ୍ବାଇ ,ଏଜେନ୍ସି: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ୱିଟରରେ ପୱାର କହିଛନ୍ତି ଯେ, ‘ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଡାକ୍ତରଙ୍କ ପରାମର୍ଶରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛି। ରାଜ୍ୟବାସୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ପଦାଧିକାରୀ, କାର୍ଯ୍ୟକର୍ତ୍ତା ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତାଙ୍କୁ କହିବାକୁ ଚାହୁଁଛି ଯେ ଚିନ୍ତାର କୌଣସି କାରଣ ନାହିଁ।’