ଶାହଙ୍କୁ ଭେଟିବା ପାଇଁ ସଂସଦ ପହଞ୍ଚିଲେ ଡୋଭାଲ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଂସଦସ୍ଥିତ ଅଫିସରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ଆନ୍ତରିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଭାରତ ଓ କାନାଡ଼ା ମଧ୍ୟରେ ଖଲିସ୍ତାନ ସମର୍ଥକଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ବୈଠକ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସିଧାସଳଖ ଆରୋପ ଲଗାଇଥିଲେ ଯେ, ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟସଙ୍କ ହାତ ରହିଛି । ଏହା ପରେ ଭାରତ କଡ଼ା ଜବାବ ଦେଇଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହାପୂର୍ବରୁ ଦିଲ୍ଲୀରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଅଜିତ ଡୋଭାଲ ନିଜ ସମକକ୍ଷଙ୍କ ସମ୍ମୁଖରେ ଖାଲିସ୍ତାନ ଚରମପନ୍ଥ ପ୍ରସଙ୍ଗ ଉଠାଇଥିଲେ ।