ୱାର୍ଲ୍ଡୱାଇଡ ୯୦୦ କୋଟି ଛୁଇଁବ ‘ଯବାନ’

ମୁମ୍ବାଇ: ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ର ଯାଦୁ ବକ୍ସ ଅଫିସରେ ଜାରି ରହିଛି । ଫିଲ୍ମ ୱାର୍ଲ୍ଡୱାଇଡ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି । ଏହିକ୍ରମେ ଫିଲ୍ମଟି ଏବେ ୯୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି । ଏନେଇ ଫିଲ୍ମର ପ୍ରଡୋକ୍ସନ ହାଉସ ରେଡ ଚିଲିଜ ସୋସିଆଲ ମିଡିଆ ଜରିଆରେ ସୂଚନା ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ‘ଯବାନ’ ଫିଲ୍ମ ୱାର୍ଲ୍ଡୱାଇଡ ୮୮୩. ୬୮ କୋଟି ଟଙ୍କା ରୋଜଗାର କରିଛି । ‘ଗଦର ୨’ ପରେ ଏବେ ‘ଯବାନ’ ଶାହରୁଖଙ୍କ ପୂର୍ବ ଫିଲ୍ମ ‘ପଠାନ’ର ରେକର୍ଡ ମଧ୍ୟ ଭାଙ୍ଗିଦେବ । ଏହାସହ ଖୁବଶୀଘ୍ର ହଜାରେ କୋଟିରୁ ଅଧିକ ରୋଜଗାର କରିବ ।