Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଜଣା ରୋଗରେ ଶିଶୁପୁତ୍ର : ଅର୍ଥ ସାଜିଛି ବାଧକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଜଣା ରୋଗରେ ଶିଶୁପୁତ୍ର : ଅର୍ଥ ସାଜିଛି ବାଧକ

ସାଲେପୁର,ଏନ୍ଏନ୍ଏସ୍ : ୭ବର୍ଷର ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ନିଜ କୁଡ଼ିଆ ଘରେ ଡହଳ ବିକଳ ହେଉଥିବା ବେଳେ ମା’ବାପା ଆଖିରୁ ଖାଲି ଲୁହ ଝରାଇ ଭାଗ୍ୟକୁ ଆଦରି ଭଗବାନଙ୍କୁ ଭରସା କରି ଦିନ କାଟୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ରୋଗାଗ୍ରସ୍ତ ଗରିବ ଲୋକମାନଙ୍କର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଉଥିବାବେଳେ ଏହି ଶିଶୁଟି ପାଇଁ ସରକାରୀ ଯୋଜନା ସାତସପନ ପରି ମନେ ହେଉଛି।

ସୂଚନା ଅନୁଯାୟୀ, ସାଲେପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଦୋଳଗୋବିନ୍ଦ ଦତ୍ତ ଓ ଦମୟନ୍ତୀ ଦତ୍ତଙ୍କର ଏକମାତ୍ର ପୁତ୍ର । ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜ ଘରେ ଦିନ କାଟୁଛି। ପିଲାଟି ଜନ୍ମ ସମୟରେ ଜଣ୍ଡିସ୍ ରୋଗ ହୋଇଥିଲା। ସେହିଦିନ ଠାରୁ ଅଦ୍ୟାବଧି ପିଲାଟିର ଶରୀରର ବିଭିନ୍ନ ଅଙ୍ଗ ଧନୁ ଭଳି ବଙ୍କା ହୋଇଯିବାବେଳେ ପିଲାଟିର ହାତ ଗୋଡ଼ ସରୁ ହୋଇଯାଉଛି। ଏହାନେଇ ନିଜର ଜାଗାବାଡ଼ି ବିକିବା ସହ ଘରେ ଥିବା ସମସ୍ତ ଅଳଂକାର ବିକ୍ରି କରି ପୁତ୍ରର ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ ମଧ୍ୟ ଅଦ୍ୟାବଧି ପୁତ୍ରର ରୋଗ ଭଲ ହେଉନାହିଁ। ପୁଅର ଚିକିତ୍ସା ସହାୟତା ପାଇଁ ବାପ-ମା’ ସ୍ଥାନୀୟ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନାହାଁନ୍ତି। ଫଳରେ ଶେଷରେ ନିରାଶ ହୋଇ ବାପା-ମା’ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି। ଦୋଳଗୋବିନ୍ଦ ଜଣେ ଦିନ ମଜୁରୀଆ ହୋଇଥିବାବେଳେ ପୁଅର ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକତା ହେଉଥିବାରୁ ଏହି ଅର୍ଥ ଯୋଗାଡ଼ କରିବାରେ ସେ ସକ୍ଷମ ହୋଇପାରୁନାହାଁନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରନ୍ତେ, ତେବେ ଶିଶୁଟି ରୋଗମୁକ୍ତ ହୋଇପାରନ୍ତା। ଯଦି କୌଣସି ବ୍ୟକ୍ତି ଏହି ଶିଶୁଟିର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ମୋବାଇଲ୍ ନଂ୮୩୩୯୦୫୨୭୧୬ରେ ଯୋଗାଯୋଗ କରି ସହାୟତା ପ୍ରଦାନ ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।