- ନୂଆଦିଲ୍ଲୀ: ବାୟୁସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ଭି.ଆର. ଚୌଧୁରୀ ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ। ତାଙ୍କ ନିଯୁକ୍ତି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସେ ବାୟୁସେନାରେ ଉପ-ମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଦେଶର ବାୟୁସେନା ମୁଖ୍ୟ ଥିବା ଆରକେଏସ୍ ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରୁ ଅବସର ନେବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାୟୁସେନାର ସବୁଠୁ ଦକ୍ଷ ପାଇଲଟଭାବେ ଭି.ଆର. ଚୌଧୁରୀଙ୍କ ନାମ ରହିଛି। ୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାରକ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀଙ୍କ ରେକର୍ଡ଼ ରହିଛି। ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜ ୱେଲିଙ୍ଗଟନର ସେ ହେଉଛନ୍ତି ପୁରାତନ ଛାତ୍ର। ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ ଏୟାର ଅଫିସରଭାବେ ଦାୟିତ୍ୱ ତୁଲାଇଛନ୍ତି।