ଋଷିଆ-ୟୁକ୍ରେନ ଯୁଦ୍ଧ ଆଶଙ୍କା: ଆସନ୍ତା ୨୨ରୁ ଉଡିବ ଜରୁରୀ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ସପ୍ତାହରୁ ଇଣ୍ଡିଆ-ୟୁକ୍ରେନ ମଧ୍ୟରେ ଉଡିବ ୩ ଜରୁରୀକାଳୀନ ବିମାନ। ଫେବୃଆରୀ ୨୨, ୨୪ ଏବଂ ୨୬ରେ ଜରୁରୀ ବିମାନ ସେବା ଯୋଗାଇବ ଏୟାର ଇଣ୍ଡିଆ। ଋଷିଆ-ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ଜରୁରୀ ବିମାନ ଉଡାଣ କରିବ।

ବୋରିସ୍ପିଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ ହେବାକୁ ଥିବାବେଳେ ଏୟାର ଇଣ୍ଡିଆ ବୁକିଂ ୱେବସାଇଟ ମାଧ୍ୟମରେ ବୁକିଂ ସୁବିଧା ରହିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ବିଶେଷ ଭାବେ ୟୁକ୍ରେନରେ ଥିବା ଛାତ୍ରଛାତ୍ରୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ତେବେ ଋଷିଆ, ୟୁକ୍ରେନ ସୀମା ନିକଟରେ ୧ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିବା ପରେ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ଆକ୍ରମଣର ଭୟ ସୃଷ୍ଟି କରିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ମଧ୍ୟ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରିଛନ୍ତି। ସେପଟେ ୟୁକ୍ରେନ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନଥିବା ଋଷିଆ କହିଛି।