୨୧୯ ଭାରତୀୟଙ୍କ ସହ ରୋମାନିୟାରୁ ମୁମ୍ବାଇ ଅଭିମୁଖେ ପ୍ରଥମ ବିମାନ

ନୂଆଦିଲ୍ଲୀ: ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ବୁଖାରେଷ୍ଟ ପଠାଯାଇଥିବା ଏୟାର ଇଣ୍ଡିଆ ବିମାନ ଭାରତ ପାଇଁ ଉଡ଼ାଣ ଭରିଛି । ୨୧୯ ଭାରତୀୟଙ୍କ ସହ ପ୍ରଥମ ଉଡ଼ାଣ ରୋମାନିୟାରୁ ମୁମ୍ବାଇ ଲାଗି ବାହାରିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ପ୍ରଦାନ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆମେ ପ୍ରଗତି କରୁଛୁ । ଆମ ଟିମ୍ ୨୪ ଘଣ୍ଟା ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି । ମୁଁ ବ୍ୟକ୍ତିଗତ ରୂପେ ସ୍ଥିତି ଉପରେ ଧ୍ୟାନ ଦେଉଛି । ଏହି ବିମାନ ଆଜି ସକାଳେ ମୁମ୍ବାଇରୁ ଉଡ଼ାଣ ଭରିଥିଲା । ଏହି ବିମାନ ଆଜି ୩ଟାରୁ ୪ଟା ମଧ୍ୟରେ ଭାରତ ପହଞ୍ଚିବାର ସମ୍ଭାବନା ରିହିଛି ।