ଏୟାର ଇଣ୍ଡିଆକୁ କିଣିବା ପାଇଁ ମିଳୁନାହାଁନ୍ତି ଗ୍ରାହକ , ପୁଣି ବଢିବ ନିଲାମି ତାରିଖ

ନୂଆଦିଲ୍ଲୀ, ଏଜେନ୍ସି: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ କମ୍ପାନୀ ବିକ୍ରି ହେବାକୁ ଯାଉଛି। ହେଲେ ଉଚ୍ଚ ଦରରେ କିଣିବାକୁ କୌଣସି ଗ୍ରାହକ ମିଳୁନଥିବାରୁ ତାହା ବିକ୍ରି ହୋଇ ପାରୁନି। ଫଳରେ ଏୟାର ଇଣ୍ଡିଆ ପାଇଁ ଇଓଆ ଦାଖଲ କରିବାର ସମୟ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢିପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରକଶ ଥାଉକି, ଏୟାର ଇଣ୍ଡିଆ ନିଲାମ ତାରିଖ ୩୦ ଅକ୍ଟୋବର ପର୍ଯ୍ୟନ୍ତ ରହିଛି। ଏବେ ଡେଡଲାଇନର ପଞ୍ଚମ ବିସ୍ତାର ହେବ।  କରୋନା ପାଇଁ ଦେଶରେ ମାର୍ଚ୍ଚ ମାସରୁ ଲକଡାଉନ ଲାଗୁହେବାପରେ ବିମାନ ଯାତ୍ରାକୁ ବନ୍ଦ କରାଯାଇଥିଲା। ଏହାପରେ ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଆହୁରି ବିଗିଡି ଯାଇଥିଲା। କର୍ମଚାରୀଙ୍କୁ ଦରମା ପ୍ରଦାନରେ ସମସ୍ୟା ଉପୁଜିଥିଲା। ଏମିତିକି ବହୁ କର୍ମଚାରୀଙ୍କୁ ମଧ୍ୟ ବାହାର କରିଦିଆଯାଇଛି।