ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଆଇଏମ୍‌ଆଇଏମ୍

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହାଇଦ୍ରାବଦ୍ ସାଂସଦ ଅସଦୁଦ୍ଦିନ୍ ୱାଇସି କି ପାର୍ଟି ଅଲ ଇଣ୍ଡିଆ ମଜଲିସ୍‍-ଏ-ଇତିହାଦୁଲ ମୁସ୍ଲିମିନ (ଏଆଇଏମ୍ଆଇଏମ୍‌) ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ଆଜି ଏହି ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ତଳେ ଦିଆଯାଇଥିବା ତାଲିକା ଉପରେ ନଜର ପକାନ୍ତୁ।

ଏହି ଲିଷ୍ଟରେ କେବଳ ମୁସଲିମ୍ ମାନଙ୍କୁ ହିଁ ସୁଯୋଗ ଦିଆଯାଇଛି। ଯେଉଁ ଯେଉଁ ସ୍ଥାନରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେହି ସବୁ ସ୍ଥାନ ଗୁଡ଼ିକ ମଧ୍ୟ ମୁସଲିମ୍ ଅଚଂଳ ଅଟେ। ଏହି ଦଳ ୟୁପିରେ ୧୦୦ଟି ସିଟ୍ ପାଇଁ ନିର୍ବାଚନ ଲଢିବେ। ସୂଚନା ଅନୁସାରେ ୟୁପିରେ ମୋଟ୍ ୪୦୩ ଟି ସିଟ୍ ପାଇଁ ନିର୍ବାଚନ ଅନୁଷ୍ଟିତ ହେଉଥିବା ବେଳେ ଏହା ମୋଟ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।