୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ଓଡ଼ିଶା ତରଫରୁ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ୪ଜଣ ଓଡ଼ିଆ ବିଜ୍ଞାନୀଙ୍କୁ ସି ଭି ରମଣ ପୁରସ୍କାର ପ୍ରଦାନ କରାଯିବ ବୋଲି ପରିଷଦର ମହାସଚିବ ଡା. ବିଶ୍ୱଜିତ ପ୍ରଧାନ ଘୋଷଣା କରିଛନ୍ତି । ଏମାନଙ୍କ ଭିତରୁ ବିଶିଷ୍ଟ ଗଣିତଜ୍ଞ ତଥା ଇନଷ୍ଟିଚ୍ୟଟ ଅଫ୍ ମ୍ୟାଥମେଟିକ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କୁ ବିଜ୍ଞାନ ରତ୍ନ ସମ୍ମାନ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ ଓ ଜର୍ମାନୀର ଜର୍ଜ ଅଶଷ୍ଟ ବିଶ୍ୱବିଦ୍ୟାଳୟର ଯୁବ ରସାୟନ ବିଜ୍ଞାନୀ ଡା. ଶେଷ କିସାନଙ୍କୁ ସି ଭି ରମଣ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯିବା ସହିତ ପୁନେସ୍ଥିତ ଆଇଜରରେ ଗବେଷଣାରତ ଥିବା ଛାତ୍ର ଜିସୁ ଦାସଙ୍କୁ ବିଜ୍ଞାନ ଜ୍ୟୋତି ସମ୍ମାନ ପ୍ରଦାନ କରାଯିବ ।