ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଭର୍ତ୍ତି ଆରମ୍ଭ: ୬ ଦିନରେ ଆବେଦନ କଲେଣି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ

ନୂଆଦିଲ୍ଲୀ,ଏଜେନ୍ସି: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଅସାନ୍ତ ମାହୋଲ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଏବେବି ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଅପରପକ୍ଷରେ ଏହି ଯୋଜନା ଅନ୍ତର୍ଗତ ଭର୍ତ୍ତି ପାଇଁ ୩ ସେନାର ପୋର୍ଟାଲରେ ଆବେଦନ ଆରମ୍ଭ ହୋଇଯାଇଛି। ତେବେ ଭାରତୀୟ ବାୟୁସେନାରେ ଏହି ଭର୍ତ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ତେବେ ବାୟୁ ସେନାରେ ୬ ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ପାର୍ଥୀ ଅଗ୍ନିବୀର ହେବା ପାଇଁ ଆବେଦନ କରିସାରିଥିବା ଜଣାପଡ଼ିଛି।

ଜୁନ୍‌ ୨୪ ତାରିଖରୁ ଏନେଇ ଭାରତୀୟ ବାୟୁ ସେନାରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ବାୟୁସେନାରେ ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।